ପୁଣି ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। କୋରାପୁଟର ତତ୍କଳୀନ ଜିଲ୍ଲା ଅଧିକାରୀ ତଥା ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଜୁଲାଇ ୨ରେ ପ୍ରଦୀଙ୍କ ଗାଡ଼ିରୁ ୧୧ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ। ସେହିଦିନ ତାଙ୍କୁ ଗରିଫ କରି ଜେଲ ପଠାଇଥିଲା ଭିଜିଲାନ୍ସ। ପରେ ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଆଣି ଜେରା କରାଯାଇଥିଲା। ତାଙ୍କ ଘରେ ଚଢ଼ାଉ କରାଯାଇ ୩.୫ କୋଟିର ସଂପତ୍ତି ଠାବ କରାଯାଇଥିଲା। ଆଜି ପ୍ରଦୀପଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରାକର। ନିକଟରେ ଅୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।