Odisha Link
Bridging the Missing Links in Odisha

ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: କରୋନା କବଳରେ ରାଜ୍ୟର ଜଣେ ମନ୍ତ୍ରୀ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ। ଏନେଇ ଖୋଦ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସିଂହ ଟୁଇଟ କରି କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବଂ ସୁସ୍ଥ ଅଛି। ନିକଟରେ ମୋ ସହିତ ଯେଉଁ ମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରହି ଟେଷ୍ଟ କରାଇ ନିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ।

ତାଙ୍କ ପୂର୍ବରୁ ଖଣ୍ଡାପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Comments are closed.