Odisha Link
Bridging the Missing Links in Odisha

କଂଗ୍ରେସ ଦଳ ନିଜ ନିୟନ୍ତ୍ରଣ ବାହାରେ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: କରୋନା କାଳରେ ମୋଦି ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ। ଗତକାଲି ରାହୁଲ କହିଥିଲେ ଯେ, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଯାହାର ପାଲଟା ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ସେ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ଅସଫଳ ନେତା।

ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ଅସଫଳ ନେତା। ରାହୁଲ ଗାନ୍ଧୀ କଂଗ୍ରେସ ଉପରେ ନିୟନ୍ତ୍ରଣ ରଖି ପାରୁ ନାହାନ୍ତି। ନିୟନ୍ତ୍ରଣ ବାହାରକୁ ଯାଉଛି କଂଗ୍ରେସ ପାର୍ଟି ଓ ଏହାର ମଙ୍ଗ ରାହୁଲ ଗାନ୍ଧୀ ଧରିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଗତକାଲି ରାହୁଲ କହିଥିଲେ ଯେ, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନେ ଏହି ଦୁଇ ସୋସିଆଲ ମିଡିଆ ଜରିଆରେ ମିଥ୍ୟା ଖବର ଏବଂ ଘୃଣାର ପ୍ରଚାର କରୁଛନ୍ତି। ଏହା ସହ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଭାବିତ କରିବାରେ ଉଭୟ ଆରଏସଏସ ଓ ବିଜେପି ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିଆସୁଛନ୍ତି ବୋଲି ରାହୁଲ କହିଛନ୍ତି।

Comments are closed.