ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି। ତେବେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।
ଏ ନେଇ ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷତି ହୋଇଛି ଜଣାପଡ଼ିବ। ବନ୍ୟା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ। ବନ୍ୟା ମାଡ଼ିଯାଇଥିବା ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପାଣି ଛାଡ଼ିବା ପରେ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି । ଗୋଦାବରୀରେ ବନ୍ୟା ଆଶଙ୍କା ପାଇଁ ପ୍ରଶାସନକୁ ଆଲର୍ଟ କରାଯାଇଛି । ଢେଙ୍କାନାଳ ଓ ମାଲକାନଗିରିରେ ବିଭିନ୍ନ ଅଞ୍ଚଳର ପ୍ରଭାବିତ ହୋଇଛି । ଆଗକୁ ଲଘୁଚାପ ଆଶଙ୍କା ଯୋଗୁଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।