Odisha Link
Bridging the Missing Links in Odisha

ଆତଙ୍କବାଦୀ ଆକ୍ରମଣ : ୨ଯବାନ,ଜଣେ ପୋଲିସ୍ କର୍ମୀ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ସୋମବାର ବାରାମୂଳା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ପୋଲିସ୍ ଅଫିସର ଏବଂ ୨ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ଆଜି ସକାଳେ କ୍ରେଇରୀ ଅଞ୍ଚଳରେ ନାକା ପାର୍ଟିରେ ଥିବା ଜାମ୍ମୁକାଶ୍ମୀର ପୋଲିସ୍ ଏବଂ ସିଆରପିଏଫ ଯବାନ ଉପରେ ଆଖିବୁଜା​‌ ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣରେ ସିଆରପିଏଫର ୧୧୯ ବାଟାଲିୟନର ୨ ଜଣ ଯବାନ ଗୁରୁତର ହୋଇଥିଲେ, ପରେ ସେମାନଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜାମ୍ମୁ-କାଶ୍ମୀର ପୋଲିସର ଜଣେ ଅଫିସରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୩ଯବାନ ଶହୀଦ ହୋଇଯାଇଛନ୍ତି।

ଏହା ପୂର୍ବରୁ ଗତ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଥିଲେ। ଶୁକ୍ରବାର ସକାଳେ ଶ୍ରୀନଗରର ବାହାର ଅଞ୍ଚଳରେ ନୌଗାମ ବାଇପାସରେ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ଜଣ ପୋଲିସ୍ କର୍ମୀ ଶହୀଦ ହୋଇଯାଇଥିଲେ।

Comments are closed.