Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ପୋଡିଗଲା ୨ବଖରା ଘର

ପାଟଣା: କେନ୍ଦୁଝର ପାଟଣା ଥାନା ବାଲିବନ୍ଦ ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯିବ ସହ ଅନେକ ଆସବାପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁସାରେ ଆଜି ସକାଳୁ ଗ୍ରାମର ବନମାଳୀ ମହାନ୍ତଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘରେ ଥିବା ଆସବାପତ୍ର ଜଳି ପୋଡି ନଷ୍ଟ ମଧ୍ୟ ହୋଇଯାଇଛି । ତେବେ ଘରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Comments are closed.