Odisha Link
Bridging the Missing Links in Odisha

ଆଜି ଯୁକ୍ତ ୨ ବାଣିଜ୍ୟ ଫଳାଫଳ: କେମିତି ଜାଣିବେ ରେଜଲ୍ଟ, ଜାଣନ୍ତୁ

ଭୁବନେଶ୍ବର: ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ପୂର୍ବାହ୍ନ ୧୧ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ସମ୍ପର୍କରେ ଘୋଷଣା କରିବେ।

ଏହାପରେ ଛାତ୍ରଛାତ୍ର ମାନେ http://www.orissaresults.nic.in/ ରେ ନିଜର ରେଜଲ୍ଟ ଜାଣି ପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଇ-ସ୍ପେସ ଜରିଆରେ ଫଳ ପଠାଯିବ। ପରିଷଦର ଫୋନ୍‌ ନମ୍ବର ୦୬୭୪-୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ଫୋନ୍‌ କରି ଛାତ୍ରଛାତ୍ରୀ ଫଳ ଜାଣିପାରିବେ। ଅପରାହ୍ନ ୫ଟା ପର୍ଯ୍ୟନ୍ତ ପରିଷଦ ପକ୍ଷରୁ ଜାରି ନମ୍ବରରେ ଫୋନ୍‌ କରିହେବ। ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ରିଚେକିଂ ପାଇଁ ମଧ୍ୟ ବୁଧବାର ତାରିଖ ଘୋଷଣା କରାଯିବ। ଏବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି।

Comments are closed.