Odisha Link
Bridging the Missing Links in Odisha

ଚୋରା ଚାଲାଣ ବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋଟପାଡ ନିକଟରୁ ଗଞ୍ଜେଇ ଚୋରା ତାଲାଣ ବେଳେ ବୋରିଗୁମ୍ମା ପୋଲିସ ଜବତ କରିଛି। ବିହାରକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋର ଚାଲାଣ ହେଉଥିଲା। ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୂତ୍ରରୁ ଖବର ପାଇ ପାର୍ଲି ନିକଟରେ ପହଞ୍ଚି ଏକ ଟ୍ରକକୁ ଯାଞ୍ଚ କରିଥିଲେ।

ଯାଞ୍ଚ ପରେ ଟ୍ରକରେ ୭ ବସ୍ତା ଗଞ୍ଜେଇ ପକେଟ ବୋଝେଇ ହୋଇଥିବା ଜଣାପଡିଥିଲା। ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ପରିମାଣ ୪.୭୫ କ୍ବିଣ୍ଟାଲ। ଏହାର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ବୋରିଗୁମ୍ମା ଏସଡିପିଓ ସୂଚନା ଦେଇଛନ୍ତି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକକୁ ସିଜ୍ କରିଛି ପୋଲିସ।

ଗଞ୍ଜେଇ ଚାଲାଣରେ ଜଡିତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ବିହାର ଅଞ୍ଚଳର ଲାଲନ ପଣ୍ଡିତ ଓ ଚନ୍ଦନ କୁମାର ରମ। ଏମାନଙ୍କ ନିକଟରୁ ଦୁଇଟି ମୋବାଇଲ, ଅନେକ ନଥିପତ୍ର ସମେତ ୫ ହଜାର ନଗଦ ଟଙ୍କା ଜବତ ହୋଇଛି।

Comments are closed.