ଆଳିର ପୂର୍ବତନ ବିଧାୟକଙ୍କୁ କରୋନା

ଆଳି : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଆଳି ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ସ୍ୱାବ ରିପୋର୍ଟରୁ ଜଣାପଡିଛି।
ସୂଚନା ଅନୁସାରେ ଶ୍ରୀ ଶର୍ମା କିଛିଦିନ ହେବ ଜ୍ୱରରେ ପୀଡିତ ଥିଲେ। ଜ୍ୱର ନକମିବାରୁ ଗୁରୁବାର ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କ ସ୍ୱାବ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ତାଙ୍କ କର୍ମୀମାନଙ୍କ ସ୍ୱତନ୍ତ୍ର ମେସେଜ୍ରେ ନିବେଦନ କରିଛନ୍ତି।