Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୫୮ ହଜାର ୮୪୦ ନମୁନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୮ ହଜାର ୬୮୦, ଆଣ୍ଟିଜେନରେ ୫୦ ହଜାର ୨୩ ଓ ଟ୍ରୁନଟ୍ ମାଧ୍ୟମରେ ୧୩୭ଟି ନମୁନା ପରୀକ୍ଷା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮,୩୯୧ କରୋନା ଟେଷ୍ଟ ହୋଇଥିବା ବେଳେ। ଆରଏମଆରସିରେ ୨ ହଜାର ୨୪୪ ଓ ଏସସିବିରେ ୨ ହଜାର ୮୨ ଟେଷ୍ଟ କରାଯାଇଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୫ ଲକ୍ଷ ଟପିଛି।

Comments are closed.