Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୬୮୨ ପଜିଟିଭି ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୬୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୪୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୪୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୬, ବାଲେଶ୍ୱରରୁ ୮୭, ବରଗଡ଼ରୁ ୧୫୨, ଭଦ୍ରକରୁ ୫୧, ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୧୪, କଟକରୁ ୩୬୯, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୬୧, ଗଜପତିରୁ ୪୮, ଗଞ୍ଜାମରୁ ୧୭୪, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୪, କେନ୍ଦୁଝରରୁ ୫୯, ଖୋର୍ଦ୍ଧାରୁ ୭୭୫, କୋରାପୁଟରୁ ୧୪୦,ମାଲକାନଗିରିରୁ ୮୬, ମୟୁରଭଞ୍ଜରୁ ୨୭୨, ନବରଙ୍ଗପୁରରୁ ୩୮, ନୟାଗଡ଼ରୁ ୧୦୯ଜଣ, ନୂଆପଡ଼ାରୁ ୨୩, ପୁରୀରୁ ୧୧୫, ରାୟଗଡ଼ାରୁ ୪୯୫, ସମ୍ବଲପୁରରୁ ୧୨୮, ସୋନପୁରରୁ ୨୭, ସୁନ୍ଦରଗଡ଼ରୁ ୨୭ଜଣ ରହିଛନ୍ତି ।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୮୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୫୩୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.