Odisha Link
Bridging the Missing Links in Odisha

NEET-JEE ପରୀକ୍ଷା: ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ରାଜନୀତି ସରଗରମ। ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ। କରୋନା କାଳରେ ପରୀକ୍ଷା ହେବାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରାଜନୈତିକ ଦଳ ଓ, ବିଭିନ୍ନ ଅନୁଷ୍ଠାନ। କରୋନା କାଳରେ NEET-JEE ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ରଖିଛି ଯୁବ କଂଗ୍ରେସ। ଏନେଇ ରାଜ୍ୟ, ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଯୁବ କଂଗ୍ରେସ। ଅପରପକ୍ଷେ ପରୀକ୍ଷା ସ୍ଥଗିତ କରିବାକୁ କଂଗ୍ରେସ ପକ୍ଷରୁ ସୋଶିଆଲ ମିଡିଆରେ କ୍ୟାମ୍ପନିଂ ଆରମ୍ଭ ହୋଇଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତିଯେ, ଅସୁବିଧାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସହିତ ସ୍ବର ଉତ୍ତୋଳନ କରନ୍ତୁ। ଛାତ୍ରଙ୍କ କଥା ସରକାର ଶୁଣିବାକୁ ବାଧ୍ୟ କରନ୍ତୁ ବୋଲି ସେ କହିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଆଜି ଅପରାହ୍ନରେ କଂଗ୍ରେସ ସମେତ ୭ ବିପକ୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସଂଘବୀଙ୍କ ସମେତ ୭ ରାଜ୍ୟର ନେତା ସାମିଲ ହେବାର ସୂଚନା ରହିଛି।

Comments are closed.