Odisha Link
Bridging the Missing Links in Odisha

ଫୁଲୁଛି ମହାନଦୀ, ହୀରାକୁଦର ୨୮ଟି ଗେଟ୍ ଖୋଲା

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍‌ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରରେ ୬ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଗେଟ ଦେଇ ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ବନ୍ୟାଜଳ ନିଷ୍କାଷିତ ହେଉଛି। ଏବେ ଜଳଭଣ୍ଡାର ଜଳସ୍ତର ୬୨୫ ଫୁଟକୁ ଛୁଇଁଛି। ହୀରାକୁଦ ଜଳଭଣ୍ଡାର ୨୮ ଟି ଗେଟ୍‌ ଖେଲାଯିବା ଦ୍ବାରା ମହାନଦୀରେ ଜଳସ୍ତର ବଢୁଛି।

ମହାନଦୀର ଖଇରମାଲ ନିକଟରେ ୯ ଲକ୍ଷ ୪୦ ହଜାର, ବରମୂଳ ନିକଟରେ ୬ ଲକ୍ଷ ୧୦ ହଜାର ଓ ମୁଣ୍ଡଳୀ ନିକଟରେ ୭ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ନିକଟରେ ୮ ଲକ୍ଷ ରୁ ୯ ଲକ୍ଷ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି।

Comments are closed.