Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ ୨୦୨୪: ୧୫ ଜଣିଆ ଦଳ ଘୋଷଣା କଲା ଇଂଲଣ୍ଡ, ବର୍ଷେ ପରେ ଦଳକୁ ଫେରିଲେ ଏହି ଖେଳାଳି

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଆଗାମୀ ବିଶ୍ବକପ୍‌ ପାଇଁ ଘୋଷଣା କଲା ଦଳ। ସବୁଠୁ ବଡ଼କଥା ହେଲା ବର୍ଷକ ପରେ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଚଳିତ ବିଶ୍ବକପ୍‌ରେ ଜୋସ ବଟଲର ଦଳର ନେତୃତ୍ବ ନେଉଥିବା ବେଳେ ଇଂଲଣ୍ଡର ଅଭିଜ୍ଞ ଖେଳାଳି ଜୋଏ ରୁଟ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ମେ’ ୩୧ ତାରିଖରେ ଇଂଲଣ୍ଡ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବ। ଜୁନ୍‌ ୪ ତାରିଖରେ ଇଂଲଣ୍ଡ ଦଳ ସ୍କଟଲାଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌ ବିରେ ସ୍ଥାନରେ ପାଇଥିବା ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ ଓ ଓମାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଦଳରେ ଦୁଇ ଜଣ ବ୍ୟାଟସମ୍ୟାନ, ୪ଜଣ ଅଲରାଉଣ୍ଡର, ୩ଜଣ ଓ୍ବିକେଟ କିପର ଓ ୬ ଜଣ ବୋଲରଙ୍କୁ ସ୍ଥାନ ମିଳିଛି।

ବିଶ୍ବକପ୍‌ ପାଇଁ ଇଂଲଣ୍ଡ ଦଳ:
ଜୋସ୍‌ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନାଥନ ବେୟାରଷ୍ଟ୍ରୋ, ହ୍ୟାରୀ ବ୍ରୁକ୍, ସାମ କୁରାନ, ବେନ୍‌ ଡକେଟ, ଟମ୍‌ ହାର୍ଟଲି, ଓ୍ବିଲ ଜ୍ୟାକ୍ସ, କ୍ରିସ୍‌ ଜୋଡାନ, ଲିୟମ ଲିଭିଙ୍ଗଷ୍ଟୋନ, ଆଦିଲ ରସିଦ, ଫିଲ ସଲ୍ଟ, ରିସ ଟୋପଲି, ମାର୍କ ଓୁଡ

Leave A Reply

Your email address will not be published.