ସ୍ୱାଭାବିକ ହେବ ଯାତ୍ରୀବାହୀ ବସ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ଆଦେଶ ମୁତାବକ ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ। ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଂଘର କହିବା କଥା କଟକଣା କୋହଳ ପରେ ବି ବସରେ ମାତ୍ର ୧୦ ରୁ ୨୦ ଜଣ ଯାତ୍ରୀ ଆସୁଛନ୍ତି । ଯେଉଁ ଥିରେ ବସ ଚଳାଇବା ସମ୍ଭବ ହେଉନାହିଁ। ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତ, କଟକଣା କୋହଳ ହେବା ପରେ ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ କରିବାରେ ଆଉ କିଛି ଅସୁବିଧା ନାହିଁ। କୋଭିଡ ନିୟମ ପାଳନ କରିବା ପୂର୍ବକ ଏଣିକି ବସ୍ ଚଳାଚଳ କରିପାରିବ।