Odisha Link
Bridging the Missing Links in Odisha

ରାମ ମନ୍ଦିର ନକ୍ସାକୁ ବୋର୍ଡର ମଞ୍ଜୁରୀ

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଶ୍ରୀରାମ ମନ୍ଦିର ପାଇଁ ପ୍ରସ୍ତୁତ ନକ୍ସା ଏବଂ ପାର୍ଶ୍ବ ଅଞ୍ଚଳର ମାନଚିତ୍ରକୁ ବୋର୍ଡର ମଞ୍ଜୁରୀ। ଅଯୋଧ୍ୟା ବିକାଶ ପ୍ରାଧିକରଣର ବୈଠକରେ ମନ୍ଦିରର ନକ୍ସା ସର୍ବସମ୍ମତି କ୍ରମେ ଗୃହିତ ହୋଇଛି। ପ୍ରାଧିକରଣର ଅଧ୍ୟକ୍ଷ ତଥା କମିଶନର ଏସ.ପି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨,୭୪,୧୧୦ ବର୍ଗ ମିଟର ଖୋଲା ସ୍ଥାନ ଏବଂ ପ୍ରାୟ ୧୩,୦୦୦ ବର୍ଗ ମିଟର ଜାଗାକୁ ନେଇ ପ୍ରସ୍ତୁତ ନକ୍ସା ଏବଂ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ୧୩,୦୦୦ ବର୍ଗ ମିଟର ଜାଗାରେ ରାମ ମନ୍ଦିର ନିର୍ମାଣ ହେବ।

ରାମ ମନ୍ଦିର ଟ୍ରଷ୍ଟକୁ ଉନ୍ନୟନ ଦେୟ ସହିତ ରକ୍ଷଣାବେକ୍ଷଣ ଦେୟ, ତଦାରଖ ଏବଂ ଶ୍ରମ ସେସ ଦେବାକୁ ପଡିବ। ଟ୍ରଷ୍ଟ ପକ୍ଷରୁ ପ୍ରାୟ ପାଞ୍ଚ କୋଟି ଟଙ୍କା ଉନ୍ନୟନ ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କ ମିଳିବାର ଆଶା କରାଯାଏ। ଏଥିରେ ନିର୍ମାଣ ଶ୍ରମିକ ସେସ ମଧ୍ୟ ଅନ୍ତର୍ଭୁକ୍ତ। ଟ୍ରଷ୍ଟ ଦ୍ୱାରା ଜମା ହେବାକୁ ଥିବା ଏହି ଶୁଳ୍କ ଆୟକର ଛାଡ ପରେ ସ୍ଥିର କରାଯାଇଛି। ବୋର୍ଡ ନକ୍ସା ଓ ମାନଚିତ୍ରକୁ ଅନୁମୋଦନ କରିବା ପରେ କର୍ତ୍ତୃପକ୍ଷ ଏହି ଶୁଳ୍କ ସଂଗ୍ରହ କରିବାକୁ ଟ୍ରଷ୍ଟକୁ ଚିଠି ଲେଖିବେ। ପରେ ଟ୍ରଷ୍ଟ ଏହି ଟଙ୍କା ଜମା କରିବ । ଟଙ୍କା ଜମା ଜମା ହେବା ପରେ କର୍ତ୍ତୃପକ୍ଷ ଅନୁମୋଦିତ ମାନଚିତ୍ରକୁ ଟ୍ରଷ୍ଟରେ ଦାଖଲ କରିବେ।

Comments are closed.