ସର୍ବଧର୍ମ ପୂଜା ପରେ ବାୟୁସେନାରେ ସାମିଲ ହେଲା ରାଫେଲ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେଲା ରାଫେଲ। ଆଜି ୫ଟି ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ହରିଆଣାର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍। ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି, ବାୟୁସେନାର ମୁଖ୍ୟ ସିଡିଏସ ବିପିନ ରାଓ୍ବାତ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ମୁତାବକ ରାଫେଲ ବିମାନର ଲୋକାର୍ପଣ ଅବସରରେ ସର୍ବଧର୍ମ ପୂଜା ଅନୁଷ୍ଠିତ ହୋଇଛି। ତେଜସ୍ ଓ ରାଫେଲ ବିମାନ ଦ୍ୱାରା ଚିତାକର୍ଷକ ଏରୋବେଟିକ୍ସ ପ୍ରଦର୍ଶିତ ହୋଇଛି। ଏହି ଯୁଦ୍ଧବିମାନ ଭାରତୀୟ ବାୟୁସେନାର ସପ୍ତାଦଶ ସ୍କ୍ୱାଡ୍ରନରେ ସାମିଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନାରେ ୫ଟି ରାଫେଲ ସାମିଲ କରାଯାଇଛି। ଅକ୍ଟୋବର ଆଉ ୩ରୁ ୪ଟି ରାଫେଲ ଆସିବ। ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସ ମୋଟ ୩୬ଟି ଫାଇଟର ଜେଟ ଦେବାର ଚୁକ୍ତି ହୋଇଛି। ଏହି ୩୬ଟି ଫାଇଟର ଜେଟ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି।
Comments are closed.