Odisha Link
Bridging the Missing Links in Odisha

ନିଆଁରେ ଜଳିଗଲେ ମାଆ ଓ ପୁଅ

କେନ୍ଦୁଝର: ଆନନ୍ଦପୁର ନନ୍ଦିପଦା ଥାନା କଳିଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁର ପୋଡ଼ି ହୋଇ ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା କଳିଗାଁରେ ଘର ପୋଡି ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ମୃତ ପୁଅଙ୍କ ନାଁ ବନମାଳୀ ଜେନା ତାଙ୍କ ବୟସ ୫୦ ବର୍ଷ ହେବ । ମୃତ ମାଆଙ୍କ ନାଁ ଜଞ୍ଜାଳି ଜେନା ତାଙ୍କ ବୟସ ୭୦ ବର୍ଷ ହେବ ବୋଲି ସୂଚନା ରହିଛି ।

Comments are closed.