ନଦୀରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଲୁଣାନଦୀର ପଳାଶପୁର ନିକଟ ନଦୀରୁ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଦୁହିଁଙ୍କ ମୃତ୍ୟୁ ହେଲା ସେ ସମ୍ପର୍କରେ ଖବର ଲେଖା ହେବା ସୁଦ୍ଧା କିଛି ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ଜଣାଯାଇଛି।