ହାତୀ ଆକ୍ରମଣରେ ଚାଷୀ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଏଚ-୫୫ ନିକଟ ମୂଷାପାପୁଲି ଇସ୍କନ ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତମ ଜଣଙ୍କ ହେଉଛନ୍ତି ନାମ ପାଣ୍ଡବ ସାହୁ। ସେହିପରି ହାତୀ ଆକ୍ରମଣରେ ଅନ୍ୟ ଜଣେ ଆହତ ଥିବା ଜଣାପଡିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ହାତୀ ମାନଙ୍କ ସମ୍ମୁଖରେ ପଡ଼ିଯାଇଥିଲେ ଦୁଇ ଚାଷୀ। ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଯାହାଫଳରେ କି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ କୌଣଳ କ୍ରମେ ସେଠାରୁ ଦୌଡି ଆସିବା ଦ୍ୱାରା ସେ ସାମାନ୍ୟ ଆହତ ହୋଇଛନ୍ତି।
ହାତୀ ମାନେ ବଡ଼କେରେଜାଙ୍ଗ ପଟୁ ହରିବେରିଣୀ ଦେଇ ଆସିଥିଲେ। ଅନୁଗୁଳ ସହର ଠାରୁ ମାତ୍ର ୫ କିମି ଦୂରରେ ଘଟିଛି ଏହି ଘଟଣା। ହାତୀ ଉପଦ୍ରବରେ ସହରବାସୀ ଆତଙ୍କିତ। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି। ଆହତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।
Comments are closed.