Odisha Link
Bridging the Missing Links in Odisha

ଅଭିନେତ୍ରୀ ବର୍ଷାଙ୍କ ଘରେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି। ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି।


କେବଳ ଅନୁଭବ ଅନେକ ସମୟରେ ମଦ୍ୟପାନ କରି ଖରାପ ଭାଷାରେ ଗାଲି ଗୁଳଜ କରିଛନ୍ତି। ତେବେ ବିହାବ ବିଚ୍ଛେଦ ନୁହେଁ ସମାଧାନ ଚାହୁଁଥିବା ମାନବାଧିକାର କର୍ମୀଙ୍କ ଆଗରେ ବର୍ଷା କହିଥିବା ସୂଚନା ମିଳିଛି । ତେବେ ମାନାବାଧିକାର କର୍ମୀଙ୍କୁ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ନାଁ ରେ ଘରୋଇ ହିଂସା ଏବଂ ତାଙ୍କ ପରକୀୟା ପ୍ରୀତି କୁ ନେଇ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମଧ୍ୟ ମୁହଁ ଖୋଲିଥିଲେ। ଦିଲ୍ଲୀ କୋର୍ଟ ରେ ବର୍ଷାଙ୍କ ନାଁ ରେ ପାଲଟା ଅଭିଯୋଗ କରିଥିଲେ। ବର୍ଷା କେବେ ମଧ୍ୟ ଏକ ଭଲ ପତ୍ନୀ କିମ୍ବା ବୋହୂ ହେବାରେ ସଫଳ ହୋଇ ନାହାନ୍ତି ବୋଲି ଉଲ୍ଲେଖ କରିବା ସହ ବର୍ଷା ଆଣିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ଅନୁଭବ କହିଥିଲେ।

ଅନ୍ୟପଟେ ଅନୁଭବ ନିଜ କଥାକୁ ପ୍ରମାଣ କରିବାକୁ ଯାଇ ନିକଟରେ ତାଙ୍କ ଘରେ ଗଣେଶ ପୂଜା ପାଳନ ସମୟ ର ଏକ ଭିଡିଓ ଟ୍ୱିଟ୍ କରିଥିଲେ। ସେହି ଟ୍ୱିଟ୍ ରେ ସେ ଲେଖିଥିଲେ ଯେ, ଦୟାକରି ଟିକେ ସଂଯମତା ର ସହ ସେୟାର୍ କରାଯାଇଥିବା ଭିଡିଓ ଟିକୁ ଦେଖନ୍ତୁ। ଆପଣମାନଙ୍କୁ କ’ଣ ଲାଗୁଛି ଭିଡିଓରେ ଥିବା ସମ୍ମାନନୀୟ ବ୍ୟକ୍ତି ଜଣଙ୍କ ଘରୋଇହିଂସା ର ଶିକାର ହେଉଛନ୍ତି।

Comments are closed.