Odisha Link
Bridging the Missing Links in Odisha

ନାବାଳିକା ଗଣଦୁଷ୍କର୍ମ ମାମଲା: ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନୋଟିସ୍

ଭୁବନେଶ୍ଵର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସପ୍ତାହରୁ ଅଧିକ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ। ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମିଶନରେଟ୍ ପୋଲିସ ଉପରେ ଗିରଫଦାରୀ ନେଇ ଚାପ ବଢିବାରେ ଲାଗିଛି। ଏହି କ୍ରମରେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଡିସିପି ଉମାଶଙ୍କର କହିଛନ୍ତି ଯେ, ଏହି ମାମଲାକୁ ଗମ୍ଭୀରତାର ସହ ପୋଲିସ ତଦନ୍ତ କରୁଛି ବୋଲି ସେ କହିଛନ୍ତି। ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ହେଲେ ଏ ଯାଏ ସମସ୍ତ ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଞ୍ଚି ପାରିନି। ଅପରପକ୍ଷେ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାର ୭ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଭୁବନେଶ୍ଵର ଡିସିପିଙ୍କୁ କମିଶନ ନୋଟିସ କରିଛନ୍ତି।

Comments are closed.