Odisha Link
Bridging the Missing Links in Odisha

ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ସ୍ଥଗିତ : ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିହତ କରିବା ପାଇଁ ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ଜାରି ରହିଥିବା ବେଳେ ଏବେ ଟୀକା ପରୀକ୍ଷଣ ବନ୍ଦ କରାଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ କୋଭିସିଲ୍‌ଡ ଟୀକା ପରୀକ୍ଷଣରେ ସାମୟିକ ବିରତି ନେଇ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ, ଟୀକା ପରୀକ୍ଷଣରେ ସାମୟିକ ବିରତି ଦେଇଛୁ। ପରିସ୍ଥିତିକୁ ସମୀକ୍ଷା କରୁଛୁ। ଆଷ୍ଟ୍ରାଜେନିକା ଟୀକା ପରୀକ୍ଷଣ ଆରମ୍ଭ ନ କରିବା ଯାଏଁ ଆମେ ଟୀକା ପରୀକ୍ଷଣରେ ବିତରି ଦେଉଛୁ। ଆମେ ଡିସିଜିଆଇର ନିର୍ଦ୍ଦେଶକୁ ଅନୁପାଳନ କରୁଛୁ।

ସୂଚନା ଯୋଗ୍ୟ, ଗତକାଲି ୟୁରୋପୀୟ କମ୍ପାନୀ ଆଷ୍ଟ୍ରାଜେନିକା ଏହାର ଶେଷ ପର୍ଯ୍ୟାୟ ଟିକା ପରୀକ୍ଷଣ କରୁଥିବା ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିବାରୁ ଟିକା ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା। ମାତ୍ର ଭାରତରେ ଅକ୍ସଫୋର୍ଡ ଟୀକା କୋଭିସିଲ୍‌ଡର ଟୀକା ପରୀକ୍ଷଣ ବନ୍ଦ ହେବନି ବୋଲି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଥିଲା। ଡିସିଜିଆଇ ଏହାକୁ ବିରୋଧ କରିବାରୁ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟୀକା ପରୀକ୍ଷଣ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି।

Comments are closed.