Odisha Link
Bridging the Missing Links in Odisha

ମନ୍ତ୍ରୀ ଟୁକୁନୀ ସାହୁଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ହୋମ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି। ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଦରକାର ପଡ଼ିଲେ କୋଭିଡ଼ ପରୀକ୍ଷା କରିବା ପାଇଁ ଟୁକୁନି ସାହୁ ଅନୁରୋଧ କରିଛନ୍ତି।

Comments are closed.