Odisha Link
Bridging the Missing Links in Odisha

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ମୁମ୍ବାଇ ସେସନ କୋର୍ଟ ଆଜି ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଜାମିନ ଆବେଦନର ଶୁଣାଣି କରି ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇ ସେସନ କୋର୍ଟ। ଜାମିନ ଆବେଦନ ଖାରଜ ପରେ ରିୟାଙ୍କୁ ୨୨ ସେପ୍ଟେମ୍ବର ଯାଏଁ ଜେଲରେ ରହିବାକୁ ପଡିବ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସେପ୍ଟେମ୍ବର ୮ରେ ଅଭିନେତ୍ରୀ ରିୟାଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିଲା। ଗିରଫ ପରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଅଦାଲତ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀ ଗିରଫ ବିରୋଧରେ ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ। ପ୍ରଥମ ଆବେଦନ ଖାରଜ ହେବା ପରେ ରିୟା ଦ୍ବିତୀୟ ଥର ଜାମିନ ଆବେଦନ କରିଥିଲେ, ଯାହାର ଶୁଣାଣି ଗତକାଲି ଅଦାଲତ ସ୍ଥଗିତ ରଖିଥିଲେ। ଆଜି ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ଆବେଦନ ଖାରଜ ହେବା ପରେ ରିୟାଙ୍କର ଜେଲରୁ ବାହାରିବାର ଆଶା ମଉଳି ଯାଇଛି।

Comments are closed.