Odisha Link
Bridging the Missing Links in Odisha

କରୋନା: ବାଲେଶ୍ୱରରେ ହେବ ଆଉ ଏକ ହସ୍ପିଟାଲ

ଭୁବନେଶ୍ୱର: ଆଜି ବାଲେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏହି ଅବସରରେ ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ହସ୍ପିଟାଲରେ ୧୦୦ଟି ବେଡ ରହିବ। ଏହାଛଡ଼ା ଆଇସିୟୁ ଏବଂ ଓଟି ମଧ୍ୟ ରହିବ ।

ବାଲେଶ୍ୱରରେ ଥିବା ଜ୍ୟୋତି ହସ୍ପିଟାଲକୁ ୧୦ଜଣ ନର୍ସ ତୁରନ୍ତ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଛି। ବାଲେଶ୍ୱରରେ କରୋନା ମୁକାବିଲା ପାଇଁ ୨ଶହରୁ ଅଢେଇ ଶହ ପାରାମେଡିକାଲ ଷ୍ଟାଫଙ୍କୁ ନେଇ ଜନସମ୍ପର୍କ ଅଭିଯାନ କରାଯିବ। ବୟସ୍କ ଓ ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ଏହି ଜନସମ୍ପର୍କ ଅଭିଯାନ କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ବାଲେଶ୍ୱରରେ ୧୦୦ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ କରାଯାଇଛି ।

Comments are closed.