Odisha Link
Bridging the Missing Links in Odisha

ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନରେ ଅଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ବିନା କୋଭିଡ ଟେଷ୍ଟରେ କୌଣସି ବିଧାୟକ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେନି ବୋଲି ସେ ପୁଣି ଥରେ କହିଛନ୍ତି।

ବାଚସ୍ପତିଙ୍କ କାର୍ଯ୍ୟାଳୟର ୪ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍‌ସରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୩ ଜଣ ହୋମ ଆଇସୋଲେସନରେ ଅଛନ୍ତି। ସେପଟେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦଙ୍କ କୋଭିଡ୍ ଟେଷ୍ଟ କରାଯାଇଛି।

Comments are closed.