Odisha Link
Bridging the Missing Links in Odisha

୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଲକ୍ଷ୍ଣୌ: ୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଉତ୍ତରପ୍ରଦେଶରେ ଯୋଗୀ ସରକାର ଏଭଳି ପଦକ୍ଷେପ ଆରମ୍ଭ କରିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଅପାରଗ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡିଜିପି ମୁଖ୍ୟାଳୟ ପକ୍ଷରୁ ସମସ୍ତ ୟୁନିଟର ପ୍ରମୁଖ, ଆଇଜି ରେଞ୍ଜ ଏବଂ ଏଡିଜି ଜୋନକୁ ଚିଠି ଲେଖାଯାଇଛି। ଯେଉଁଥିରେ ଅପାରଗ ପୋଲିସଙ୍କ ସୂଚି ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ସଚିବ ଆର୍ କେ ତିଓ୍ୱାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ ସବୁ ବିଭାଗର ମୁଖ୍ୟ ସଚିବ ଏବଂ ସଚିବଙ୍କୁ ୫୦ ବର୍ଷ ବୟସ ପାର କରିସାରିଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ନେଇ କୁହାଯାଇଛି। ଏଭଳି କର୍ମଚାରୀଙ୍କ ତାଲିକା ୩୧ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ କୁହାଯାଇଛି।ଏଥିସହ ସିପାହୀଙ୍କ ଠାରୁ ନେଇ ଇନ୍ସପେକ୍ଟର ର‍୍ୟାଙ୍କ୍‌ର ପୋଲିସ କର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରିବା ଲାଗି ସ୍କ୍ରିନିଂ କରାଯିବ। ଆଶାନୁରୂପ ପ୍ରଦର୍ଶନ କରିପାରୁନଥିବା କର୍ମଚାରୀ ବାଧ୍ୟତାମୂଳକ ସେବାନିବୃତ କରାଯିବ।

Comments are closed.