Odisha Link
Bridging the Missing Links in Odisha

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ହେମନ୍ତ

ଭୁବନେଶ୍ବର: ଲୋକାୟୁକ୍ତଙ୍କ ନିକଟରେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ହାଜର ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ସେ ହାଜର ହୋଇଛନ୍ତି। ଆଇଏଏସ ହେମନ୍ତ ଶର୍ମା ତତ୍କାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ମଧ୍ୟ ଆଜି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି।

ପ୍ରକାଶ ଯେ, ଗତ ଜୁନ ମାସରେ ମାସ୍କ କିଣା ଦୁର୍ନୀତି ମାମଲାରେ ଆଇଏଏସ ହେମନ୍ତ୍ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ। ଏହାପରେ କୋଭିଡ-୧୯ ପରଚେଜ୍ କମିଟିରୁ ଆଇଏଏସ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା। କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ରାଜ୍ୟ ସରକାର ତାଙ୍କୁ ଦାୟିତ୍ବ ଦେଇଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ କାର୍ଯ୍ୟ ସଂପାଦନ ସହିତ କୋଭିଡ-୧୯ ପରିଚାଳନାର ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିଲେ ହେମନ୍ତ ଶର୍ମା। ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଓଡ଼ିଶା ସୂଚନା ଅଧିକାର ଅଭିଯାନ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ପୃଥକ ପୃଥକ ଭାବେ ଅଭିଯୋଗ କରାଯାଇଥିଲା।

Comments are closed.