Odisha Link
Bridging the Missing Links in Odisha

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ

ନୂଆଦିଲ୍ଲୀ: ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟରେ ନିର୍ବାଚିତ ହେଲେ ହରିବଂଶ ନାରାୟଣ। ଜେଡିୟୁ ସାଂସଦ ହରିବଂଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମନୋଜ ଝା।

ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟି ମିଳିଥିବା ବେଳେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଥିଲା। ତାଙ୍କୁ ବିଜୟୀ ହେବା ପାଇଁ ୧୧୯ଟି ଭୋଟ ଆବଶ୍ୟକ ଥିବା ବେଳେ ସେ ୧୨୫ଟି ଭୋଟ ପାଇଛନ୍ତି। ହରିବଂଶଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ତେବେ ବିଜୁ ଜନତା ଦଳ ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିବା ଜଣାପଡିଛି।

ହରିବଂଶ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଜଣେ ସମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତା ଭାବେ ହରିବଂଶ ଦେଶର ନାମକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ଆଜାଦ କହିଛନ୍ତି।

Comments are closed.