Odisha Link
Bridging the Missing Links in Odisha

ସାରା’ଙ୍କ ଠାରୁ ଡ୍ରଗ୍ସ ନେଉଥିଲେ ରିୟା

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଏକ ବଡ ଗୁମର ସାମ୍ନାକୁ ଆସିଛି। ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନସିବି ରିୟାଙ୍କୁ ଗିରଫ କରିଥିବା ବେଳେ ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି। ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି। ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ।

ପୂର୍ବରୁ ରିୟା ବଲିଉଡ଼ର ୮୦ପ୍ରତିଶତ ଲୋକ ନିଶା ସହିତ ଜଡିତ ଥିବା କହିବା ପରେ ସାରା, ରାକୁଲ, ସିମୋନଙ୍କ ସମେତ ଅନ୍ୟ ୩ଙ୍କ ନାମ ଆସିଥିଲା। ସୂଚନାଯାୟୀ ରିୟା ଏବଂ ସାରାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା। ଯାହାକି ଉଭୟ ଅନେକ ଥର ଏକାଠି ଡଗ୍ସ ନେଇଥିବା ଖବର ରହିଛି। ରିୟାଙ୍କୁ ବାଦ ଦେଲେ ସାରା ଅନ୍ୟ ଡଗ୍ସ ମାଫିଆଙ୍କ ସମ୍ପର୍କରେ ମଧ୍ୟ ରହିଛନ୍ତି। ଯାହାଫଳରେ ସାରା ନିଜ ପରିଚିତ ଡ୍ରଗ୍ସ ମାଫିଆଠାରୁ ରିୟାଙ୍କୁ ଡ୍ରଗ୍ସ ଦେଉଥିଲେ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି। ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି। ୬ ଅଭିଯୁକ୍ତ କରମଜିତ ସିଂହ, ଡ୍ରବେନ୍ ଫର୍ଣ୍ଣାଡିଶ , ସଂକେତ ପଟେଲ. ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା, ଅଫତାଵ ଅନସାରୀଙ୍କ ନାଁ ଯାଞ୍ଚ ସମୟରେ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ଭିଡ଼ିଓ କନଫେରେସିଂ ମାଧ୍ୟମରେ ଗିରଫ ବ୍ୟକ୍ତିଙ୍କୁ ମୁମ୍ବାଇର ଏନ୍ସିବି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।

Comments are closed.