କରୋନା: ଜେଲରେ ଥିବା ଚିଟ୍ଫଣ୍ଡ ଅଭିଯୁକ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ଝାରପଡ଼ା ଜେଲ୍ର ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ମୃତକ ଯୁଗଳ ଖଣ୍ଡୁଆଳ ସେ ୨୦୧୯ରେ ଚିଟ୍ଫଣ୍ଡ ମାମଲାରେ ଜେଲ୍ ଥିଲେ। ୧୩ରେ ଜ୍ବ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ପରେ କଟକ ସ୍ଥାନାନ୍ତରିକ ହୋଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ଜେଲ୍ର ଆଉ ୩୦ ଅନ୍ତେବାସୀ ଯୁଗଳଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି। ଟେଷ୍ଟ ପାଇଁ ବିଏମସିକୁ ଚିଠି ଲେଖିଥିବା କହିଲେ ଝରପଡ଼ା ଜେଲର ଜେଲର।