Odisha Link
Bridging the Missing Links in Odisha

ଜୟାଙ୍କୁ କଙ୍ଗନାଙ୍କ ଜବାବ, ଯଦି ଏହା ଶ୍ୱେତା କିମ୍ବା ଅଭିଷେକଙ୍କ ସହ ହୋଇଥାନ୍ତା…

ମୁମ୍ବାଇ: ପୁଣି ନିଜର ଏକ ଟ୍ୱିଟ କରି ଚର୍ଚ୍ଚାକୁ ଆସି ଯାଇଛନ୍ତି ବଲିଉଡ କୁଇନ୍‌ କଙ୍ଗନା ରାନାୱତ। ରାଜ୍ୟସଭା ସାଂସଦ ତଥା ଅଭିନେତା ଜୟା ବଚ୍ଚନ କଙ୍ଗନା ରାନାୱତ ଏବଂ ସାଂସଦ ରବି କିଶନଙ୍କ ବଲିଉଡ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନା ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି।

କଙ୍ଗନା ଟ୍ୱିଟ କରି ଜୟା ବଚ୍ଚନଙ୍କୁ ଲେଖିଛନ୍ତି ଯେ, ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତାକୁ କମ ବୟସରେ ମାଡ଼ ମାରାଯାଇଥାନ୍ତା। ଡ୍ରଗ୍ସ ଦିଆଯାଇଥାନ୍ତା ଏବଂ ଦୁର୍ବ୍ୟବହାର କରାଯାଇଥାନ୍ତା। ଆଉ ଆପଣଙ୍କ ପୁଅ ଅଭିଷେକକୁ କମ୍ ବୟସରେ ମାନସିକ ନିର୍ୟାତନା ଦିଆଯାଇଥାନ୍ତା ଏବଂ ଦିନେ ସେ ଫାଶୀରେ ଝୁଲିଥିବାର ମିଳିଥାନ୍ତା ତେବେ କ’ଣ ଆପଣ ଏଭଳି କହିଥାନ୍ତେ? ଆମପାଇଁ ମଧ୍ୟ ଅନୁକମ୍ପାର ହାତ ଯୋଡ଼ି ଦେଖାନ୍ତୁ।

ସୂଚନାଯୋଗ୍ୟ ଗତ କାଲି ଲୋକସଭା ସାଂସଦ ରବି କିଶନ ଡ୍ରଗ୍ସ କାରବାରକୁ ନେଇ ନିଜର ମତ ରଖିଛନ୍ତି। ବଲିଉଡରେ ଏହାକୁ ନେଇ ଛାନଭିନ କରାଯାଉ ବୋଲି ସେ କହିଥିଲେ । ଯାହାପରେ ରବିଙ୍କୁ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ରବିଙ୍କୁ ଟାର୍ଗେଟ କରି କହିଛନ୍ତି କି ଯେଉଁ ଥାଳିରେ ଖାଉଛ ସେହି ଥାଳିକୁ କଣା କରୁଛ? ଜୟାଙ୍କ ଏଭଳି ବୟାନ ପରେ ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା।

 

Comments are closed.