Odisha Link
Bridging the Missing Links in Odisha

ଆଜିଓ ବିଜ୍‌ନେସ୍ ପକ୍ଷରୁ ସମ୍ବନ୍ଦମ-ଡିଜିଟାଲ୍ ୨୦୨୦ ଉତ୍ସବ ଶୁଭାରମ୍ଭ

ଭୁବନେଶ୍ୱର: ଦେଶରେ ଲାଗି ରହିଥିବା କୋଭିଡ୍‌-୧୯ ସ୍ଥିତିକୁ ବିଚାରକୁ ନେଇ ଆଜିଓ ବିଜନେସ୍ ପକ୍ଷରୁ ଏହାର ମେଗା ବାର୍ଷିକ ଟ୍ରେଡ୍ ସୋ’ ସମ୍ବନ୍ଦମକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଉଥିବା ଘୋଷଣା କରାଯାଇଛି। ସମ୍ବନ୍ଦମ-ଡିଜିଟାଲ୍ ଉତ୍ସବ ୨୦୨୦ ଭାବେ ଶୁଭାରମ୍ଭ ହୋଇଥିବା ଏହି ପ୍ରଥମ ଧରଣର ଟ୍ରେଡ୍ ସୋ’ ଭାରତୀୟ ରିଟେଲର୍ ବା ଦୋକାନୀ ମାନଙ୍କୁ ସେମାନଙ୍କ ଘରେ କିମ୍ବା କାର୍ଯ୍ୟସ୍ଥଳରେ ସୁରକ୍ଷିତ ରହି ଦଶହରା, ଦୁର୍ଗାପୂଜା, ନବରାତ୍ରୀ ଓ ଗର୍ବା ଆଦି ପାଇଁ ଉତ୍ସବ ଋତୁର ଫ୍ୟାଶନ୍ ସାମଗ୍ରୀ ଯଥା ପୋଷାକ ଓ ଜୋତା ପ୍ରମୁଖ କ୍ରୟ କରିବାରେ ସହାୟକ ହେବ। ସମ୍ବନ୍ଦମ ୨୦୨୦ ସେପ୍ଟେମ୍ବର ୧୭ରୁ ୧୯ ତାରିଖ ଯାଏଁ https://register.ajiosambandam.com/ ରେ ଲାଇଭ୍ ଉପଲବ୍ଧ ହେବ। ସମ୍ବନ୍ଦମ୍ ୨୦୨୦କୁ ଲୋକପ୍ରିୟ ଚଳଚ୍ଚିତ୍ର କଳାକାର ଭିକି କୌଶଲ ଓ ଜାହ୍ନଭି କପୁର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

କୋଭିଡ୍‌-୧୯ ପାଇଁ ସମୟ, ପରିବହନ (ଲଜିଷ୍ଟିକ୍ସ) ଓ ଆର୍ଥିକ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ସାରା ଭାରତର ରିଟେଲର୍‌ମାନେ ସେମାନଙ୍କ ସାମଗ୍ରୀ କିଣାକିଣି କରିବାରେ ଅସୁବିଧାର ସାମ୍ନା କରୁଛନ୍ତି। ସର୍ବବୃହତ ଭାରତୀୟ ଉତ୍ସବ ଋତୁ ଆସୁଥିବାରୁ ଦଶହରା, ଦୁର୍ଗାପୂଜା ଓ ନବରାତ୍ରୀ ପାଇଁ ଷ୍ଟକ୍ ରଖିବା ଗୁରୁତ୍ୱପୂର୍ଣ୍ଣ। ଆଜିଓ ବିଜନେସ୍ ସମ୍ବନ୍ଦମ ରିଟେଲରମାନଙ୍କୁ ସେମାନଙ୍କ ଘରେ ଓ ଷ୍ଟୋର୍‌ରେ ସୁରକ୍ଷିତ ରହି ସଦ୍ୟତମ ଓ ଅଧିକ ଚାହିଦାରେ ରହିଥିବା ଉତ୍ସବ ଷ୍ଟକ କିଣିବା ଲାଗି ଏକ ଡିଜିଟାଲ୍ ମଂଚ ପ୍ରଦାନ କରିବ।

ଏକ ଡିଜିଟାଲ୍ ଟ୍ରେଡ୍ ସୋ’ ସେମାନଙ୍କ ପାଇଁ ଏକକ ସମାଧାନ ଭାବେ କାର୍ଯ୍ୟ କରିବ ଯାହା ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିପଦରେ ନପକାଇ ଷ୍ଟକ୍ ବା ସାମଗ୍ରୀ କିଣାକିଣି କରିବାରେ ସହାୟକ ହେବ। ରିଟେଲର୍‌ମାନେ ଡିଜିଟାଲ୍ କ୍ୟାଟ୍‌ଲଗ୍‌କୁ ବ୍ୟବହାର କରି କିଣାକିଣି କରିପାରିବେ ଯେଉଁଥିରେ ୧୩୦୦ରୁ ଅଧିକ ଅଗ୍ରଣୀ ବ୍ରାଣ୍ଡ୍‌ଗୁଡିକର ଏକ ଲକ୍ଷରର ଉର୍ଦ୍ଧ୍ୱ ଷ୍ଟାଇଲ୍‌ର ସମାହାର ରହିଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉତ୍ସବ ସମ୍ଭାର ଆୟୋଜନ କରାଯାଉଛି ଯେଉଁଥିରେ ଉତ୍ସବ ପାଇଁ ପୋଷାକ ପ୍ରସ୍ତୁତ କରୁଥିବା ୫୦ରୁ ଅଧିକ ଶ୍ରେଷ୍ଠ ବ୍ରାଣ୍ଡ୍‌ର ପୋଷାକ ସର୍ବଶ୍ରେଷ୍ଠ ମୂଲ୍ୟରେ ମିଳିବ। ପୁନଶ୍ଚ, ଏହି ଟ୍ରେଡ୍ ସୋ’ରେ ଭିଡିଓ ମାଧ୍ୟମରେ ଶିଳ୍ପ ବିଶେଷଜ୍ଞମାନେ ପ୍ରଦାନ କରିବାକୁ ଥିବା ବଜାର ଟ୍ରେଣ୍ଡ୍ ଏବଂ ଟିପସ୍‌ରୁ ରିଟେଲରମାନେ ବେଶ୍ ଉପକୃତ ହୋଇପାରିବେ।

ପଞ୍ଜୀକରଣ କରିବା ପରେ ରିଟେଲ୍‌ମାନେ ବ୍ରାଉଜିଂ, ଭିଡିଓ ଦେଖିବା, ୱିସ୍ ଲିଷ୍ଟ୍ ଇତ୍ୟାଦି ସମେତ କ୍ୟାସ୍‌ବ୍ୟାକ୍ ଭଳି ସୁବିଧା ଜରିଆରେ ଶ୍ରେଷ୍ଠ ବ୍ରାଣ୍ଡ୍‌ଗୁଡ଼ିକ ଠାରୁ ଆକର୍ଷଣୀୟ ଅଫର ଓ ରିୱାର୍ଡ ପଏଂଟ୍ ପାଇପାରିବେ। ସ୍ୱତନ୍ତ୍ର ଭାବେ ରିଟେଲରଙ୍କ ପାଇଁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମରେ ଭାରତର ପୋଷାକ ଓ ଜୋତା ଶିଳ୍ପ କ୍ଷେତ୍ରର ୭୦,୦୦୦ରୁ ଅଧିକ ଶ୍ରେଷ୍ଠ ରିଟେଲର୍‌ମାନେ ଭାଗ ନେବେ ବୋଲି ଆଶା କରାଯାଉଛି।

ଲିଜଷ୍ଟିକ୍ସ ସମସ୍ୟାର ସମାଧାନ କରିବା ଠାରୁ ଅନ୍‌ଲାଇନ୍ କିଣାକିଣି ଚ୍ୟାନେଲ୍ ପ୍ରଦାନ କରିବା ସହିତ ସମ୍ବନ୍ଦମ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ଡିଜିଟାଲ୍ ସମ୍ପର୍କ ସ୍ଥାପନ କରୁଛି । ସମ୍ବନ୍ଦମ ଡିଜିଟାଲ୍‌ରେ ଅଂଶଗ୍ରହଣ କରିବା ପାଇଁ ରିଟେଲର୍‌ମାନଙ୍କୁ କେବଳ ମାତ୍ର https://register.ajiosambandam.com/ରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସାମଗ୍ରୀ ଚୟନ କରି ମହାମାରୀ ଦ୍ୱାରା ପ୍ରଭାବିତ ନହୋଇ ଅନଲାଇନ୍‌ରେ ନିଜର ଉତ୍ସବ ଷ୍ଟକ ପ୍ରସ୍ତୁତ କରିପାରିବେ।

Comments are closed.