Odisha Link
Bridging the Missing Links in Odisha

ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ। ଅଶୋକ ଗାସ୍ତି କରୋନାରେ ଆକ୍ରାନ୍ତ ଥିଲେ। ୧୫ ଦିନ ହେଲା ତାଙ୍କୁ ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତେବେ ଗାସ୍ତିଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍ଗୟା ନାୟିଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ପ୍ରକାଶ କରିଛନ୍ତି।

ଗାସ୍ତି କର୍ଣ୍ଣାଟକ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଚଳିତ ବର୍ଷ କର୍ଣ୍ଣାଟକରୁ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶୋକ ଗାସ୍ତି। ଲ’ରେ ସ୍ନାତକ ପାସ୍‌ କରିଥିବା ଅଶୋକ ଗାସ୍ତି ରାଇଚୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ବ ତୁଲାଇଥିଲେ। ପେଶାରେ ଓକିଲ ଥିବା ଅଶୋକ ଗାସ୍ତି କର୍ଣ୍ଣାଟକର ରାଇଚୁର ଜିଲ୍ଲା​‌ରେ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ଓମ୍‌ ବିର୍ଲା ଗାସ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Comments are closed.