ଜୟାଙ୍କ ଉପରେ ବର୍ଷିଲେ ଆଉ ତିନି କଳାକାର

ମୁମ୍ବାଇ :ବଲିଉଡ଼ରେ ଡ୍ରକ୍ସର ପ୍ରସଙ୍ଗ ଉଠିବା ପରେ ଏହାର ବିବାଦ ଥମିବାକୁ ନାଁ ନେଉନି । ବର୍ତ୍ତମାନ ଏହା ବଲିଉଡକୁ ଦୁଇ ଭାଗରେ ବିଭକ୍ତ କରି ସାରିଲାଣି ।
ତେବେ ରାଜ୍ୟସଭାରେ ଚାଲିଥିବା ମୌସୁମୀ ଅଧିବେଶନରେ ଜୟ ବଚ୍ଚନ ଭୋଜପୁରୀ କଳାକାର ତଥା ବିଜେପି ସାଂସଦ ରବି କିଶନଙ୍କୁ ଜବାବ ଦେଇ କହିଛନ୍ତି ଯେ ଏହା ଲଜ୍ଜାଜନକ ବିଷୟ, ଯେଉଁ ଥାଳିରେ ଖାଉଛ ସେହି ଥାଳିରେ କ’ଣା କରୁଛ ।
ଜୟାଙ୍କ ଏହି ପରି ବୟାନ ପରେ, ଅନେକ ସେଲିବ୍ରେଟ୍ ତାଙ୍କୁ ସମର୍ଥନ କରିବା ସହିତ, ଟାର୍ଗେଟ ମଧ୍ୟ କରିଥିଲେ। ତାଙ୍କ ଏହି ମନ୍ତବ୍ୟ ପରେ କଙ୍ଗନା ତାଙ୍କୁ କଡ଼ା ଜବାବ ଦେଇଥିଲେ । ବର୍ତ୍ତମାନ ତାଙ୍କ ସହିତ ଯୋଡ଼ି ହୋଇଯାଇଛନ୍ତି ବଲିଉଡର ଶକ୍ତିମାନ ମୁକେଶ ଖାନ୍ନା । ସେ ‘ଥାଲି’ ଷ୍ଟେଟମେଣ୍ଟଟି ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ।
ମୁକେଶ ଖାନ୍ନା କହିଛନ୍ତି ରବି କିଶନ ଭୁଲ କହିଛନ୍ତି କି ଠିକ ତୁମେ ଭଲରେ କହିପାରିବେ । ଆପଣ ଆମକୁ ଖାଇବାକୁ ଦେଉ ନାହାଁନ୍ତି। କଠିନ ପରିଶ୍ରମ କରି ଆମେ ଏଠାରେ ପହଁଞ୍ଚିଛୁ ।
ଜୟା ପ୍ରଦା ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ନେତା ତାଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିଥିଲେ ସେତେବେଳେ ଅନେକ ଲୋକ ତାଙ୍କ ସମର୍ଥନ କରିଥିଲେ। କିନ୍ତୁ ଜୟା ବଚ୍ଚନଙ୍କ ପକ୍ଷରୁ ଥରେ ବି ବିରୋଧ କରାଯାଇନଥିଲା।
ସେ ଥରେ ବି ଆଜମ୍ ଖାନଙ୍କ ଭାଷାର ନିନ୍ଦା କରିନଥିଲେ। ଜୟା ବଚ୍ଚନ କଙ୍ଗନାଙ୍କ ସମର୍ଥନରେ ଗୋଟିଏ ଶବ୍ଦ ବି କହିନଥିଲେ। ତାଙ୍କ ନଜରରେ କଙ୍ଗନା ରଣୌତଙ୍କ ବିରୋଧରେ ଜୋରସୋରରେ ରାଜନୀତି କରାଯାଇଛି। ଏପରି କ୍ଷେତ୍ରରେ ଜୟା ବଚ୍ଚନଙ୍କୁ ଏହା ଉପରେ କିଛି କହିବା ଉଚିତ୍ ଥିଲା।
ତେବେ ଶେଖର ସୁମନ କରିଛନ୍ତି ଯେ ଏବେ ବଲିଉଡର ଥାଳି ଅଶୁଦ୍ଧ ହୋଇ ଯାଇଛି ଏବଂ ଏହାକୁ ପରିଷ୍କାର କରିବାର ଆବଶ୍ୟକତା ରହିଛି।