ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ। ମୁମ୍ବାଇରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ୫୯ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି। ଡିନ୍ ଜୋନ୍ସ ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍) ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ ୭ତାରକା ହୋଟେଲରେ ରହୁଥିଲେ। ସାଂପ୍ରତିକ ସମୟରେ ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ ଥିଲେ। ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି।
ସୂଚନାଯୋଗ୍ୟ, ଡିନ୍ ଜୋନ୍ସ ଅଷ୍ଟ୍ରେଲିଆର ସର୍ବୋତ୍ତମ କ୍ରିକେଟର ତଥା ରେଡ୍ ଫିଲ୍ଡର ଭାବେ ଗଣିତ ହୋଇଥିଲେ। ସେ ତାଙ୍କ ଅର୍ନ୍ତଜାତୀୟ କ୍ୟାରିଅରରେ ୫୨ ଟି ଟେଷ୍ଟ ଓ ୧୬୪ ଟି ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରଲିଆକୁ ପ୍ରତିନିଧିତ୍ୱ କରିଥିଲେ। ଟେଷ୍ଟରେ ଡିନ୍ ଜୋନ୍ସ ସର୍ବାଧିକ ୨୧୬ ରନ୍ କରିଥିଲେ। ଯାହାକି ୧୯୮୬ ମସିହାରେ ଭାରତ ବିରୋଧରେ ସେ ସ୍କୋର କରିଥିଲେ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୧୪୫ ରନ୍।