ଦୁର୍ଗା ମୂର୍ତ୍ତି ବିବାଦ: ଅକ୍ଟୋବର ୯କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ମୂର୍ତ୍ତି ଉଚ୍ଚତା ବିବାଦ ନେଇ ଜବାବ ମାଗିଛନ୍ତି ହାଇକୋର୍ଟ। ତଳ ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ମୂର୍ତ୍ତିକୁ ସୁରକ୍ଷା ଦେବାକୁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ମୂର୍ତ୍ତି ଉଚ୍ଚତା ନେଇ କମିଶନରଙ୍କ କ୍ଷମତା ପ୍ରସଙ୍ଗରେ ମଧ୍ୟ ଜବାବ ମାଗିଛନ୍ତି ହାଇକୋର୍ଟ। ଏନେଇ ପୂଜା କମିଟି ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଅଶୋକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପୁଲିସ କମିସନର ସେପ୍ଟେମ୍ବର ୧୭ରେ ଦଶହରାରେ ଦୂର୍ଗା ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ରେ ସୀମିତ ରଖିବା ପାଇଁ ଜାରି କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ବାଲୁବଜାର ପୂଜା କମିଟି, ଫିରିଙ୍ଗିବଜାର ପୂଜା କମିଟି ଓ ତଳ ତେଲେଙ୍ଗାବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।