Odisha Link
Bridging the Missing Links in Odisha

ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ମୁମ୍ବାଇ: ଥାନାରେ ହାଜର ହେଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ମୁମ୍ବାଇ ବର୍ସୋବା ପୋଲିସ୍ ଷ୍ଟେସନରେ ପହଞ୍ଚିଛନ୍ତି ଅନୁରାଗ। ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ ମାଲାରେ ଥାନାରେ ହାଜର ହୋଇଛନ୍ତି ଅନୁରାଗ। କାଲି ମୁମ୍ବାଇ ପୋଲିସର ସମନ ପରେ ଆଜି ଥାନାରେ ହାଜର ହୋଇଛନ୍ତି ଅନୁରାଗ। ଯୌନ ନିର୍ଯ୍ୟାତନା ନେଇ ନିଜ ପକ୍ଷ ରଖିେବ ଅନୁରାଗ।

ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଯାହାର ତଦନ୍ତ ପାଇଁ ଅନୁରାଗଙ୍କୁ କାଲି ସମନ ପଠାଇଥିଲା ମୁମ୍ବାଇ ପୁଲିସ। ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍‌ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି।

Comments are closed.