ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କୁଜଙ୍ଗ: କଟୁରୀରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ ଘଟିଛି। ମୃତ ସ୍ତ୍ରୀ ର ନାମ ପାର୍ବତୀ ତରାଇ(୩୭) ଓ ଅଭିଯୁକ୍ତ ସ୍ବାମୀ ନାମ ମେଘନାଦ ତରାଇ (୪୨)। ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି କୁଜଙ୍ଗ ଥାନା ପୁଲିସ୍ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ବେଳେ ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟି ଶୁଣି ମେଘନାଦଙ୍କ ବାପା ଶ୍ରୀଧର ତରାଇ ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେ ଦୁହେଁ ଦେଖିଲେ ଯେ ମେଘନାଦ ପାର୍ବତୀଙ୍କୁ କଟୁରୀ ପଛପଟେ ବାଡ଼େଇବାରେ ଲାଗିଛନ୍ତି। ସେଦୁହେଁ ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ପାର୍ବତୀ ଓ ମେଘନାଦଙ୍କର ପ୍ରେମ ବିବାହ ହୋଇଥିଲା।