Odisha Link
Bridging the Missing Links in Odisha

ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା: ପ୍ରତାପ

ଭୁବନେଶ୍ବର: ଆଜି ନୂଆ ଚାଷୀ ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ପ୍ରେସମିଟ୍‌ କରିଛନ୍ତି। ଆଇନକୁ ପ୍ରଶଂସା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀ ପ୍ରତାପ କହିଛନ୍ତି ଯେ, ଚାଷୀଙ୍କ ପ୍ରତି ଅତ୍ୟାଚାର ରୋକିବା ଲାଗି କେନ୍ଦ୍ର ଐତିହାସିକ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଆଇନରେ ଚାଷୀଙ୍କୁ ସେମାନଙ୍କ ହକ୍‌ ମିଳି ପାରିବ। ନିଜ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ବିରୋଧୀ ବିରୋଧ କରୁଛନ୍ତି। ମୁଖା ପିନ୍ଧା ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ପ୍ରକାଶ ଯେ, ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପାଇଛି। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହି ୩ ବିଲ୍ ଏବେ ଆଇନରେ ପରିଣ ହୋଇଛି। ହେଲେ ଏହି ବିଲକୁ ଖାସକରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଆଦି ଜିଲ୍ଲାର କୃଷକ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଯଦିଓ ବିରୋଧ ସତ୍ୱେ କୃଷି ସମ୍ପର୍କିତ ବିଲକୁ ୨ଟି ଗୃହରେ ପାରିତ କରାଯାଇଥିଲା। ଏହି ବିଲ୍ ଉପରେ ରାଜ୍ୟ ସଭାରେ ଆଲୋଚନା ସମୟରେ ବିରୋଧି ମାନେ ଖୁବ୍ ହଙ୍ଗାମା କରିଥିଲେ। ଏପରିକି ବିରୋଧି ଦଳର ସାଂସଦ ମାନେ ଉପ-ସଭାପତିଙ୍କ ଆସନ ପାଖରେ ବି ପହଞ୍ଚି ଯାଇଥିଲା। ଯାହା ଫଳରେ ରାଜ୍ୟ ସଭାକୁ କିଛି ସମୟ ପାଇଁ ମୁଲତବୀ କରାଯାଇଥିଲା।

Comments are closed.