Odisha Link
Bridging the Missing Links in Odisha

ବିଜୁଳି ଦର ବୃଦ୍ଧି ନେଇ ମୁଲତବି ନୋଟିସ ଆଣିଲେ ବିରୋଧୀ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହରେ ମୁଲତବି ନୋଟିସ ଆଣିଲେ ବିରୋଧୀ। ବିଜୁଳି ଦର ବୃଦ୍ଧି ନେଇ ମୁଲତବି ନୋଟିସ ଦେଲେ ବିରୋଧୀ ଦଳ। ଆଜି ଗୃହରେ ମୁଲତବି ନୋଟିସ୍‌ର ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ ବିଦ୍ୟ ଶଙ୍କର ମିଶ୍ର।

କଂଗ୍ରେସ ଓ ବିଜେପି ଉଭୟ ପୃଥକ ପୃଥକ ନୋଟିସ ଆଣିଛନ୍ତି। ବିଜୁଳି ସମସ୍ୟାକୁ ନେଇ ବିଜେପି ନୋଟିସ୍ ଆଣିଛି। ରାଜ୍ୟ ସରକାର ୨୪ଘଂଟା ବିଜୁଳି ଯୋଗାଇବାରେ ବିଫଳ ହୋଇଛନ୍ତି। ସେହିପରି ଖଣି ଦୁର୍ନିତୀ ନେଇ ମୁଲତବି ନୋଟିସ୍ ଆଣିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ କୁହାଯାଇଛି ଆଇନ ଉଲଘଂନ କରି ଖଣି ପଟାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଛନ୍ତି ସରକାର।

Comments are closed.