Odisha Link
Bridging the Missing Links in Odisha

ହାଥରସ ପୀଡିତାଙ୍କ ନ୍ୟାୟ ଦାବି କରି ଏପରି କହିଲେ ଆଲିଆ…

ମୁମ୍ବାଇ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ନ୍ୟାୟ ଦାବି କରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତ ଏ ମାମଲାରେ ଆଗକୁ ବାହାରିଛନ୍ତି। ଏବେ ଏଥିରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏନେଇ ସାମାଜିକ ଗଣମାଧ୍ୟମରେ ନ୍ୟାୟ ଦାବି କରିଛନ୍ତି।

ଆଲିଆ ହାଥରସ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏହାକୁ ନେଇ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିଯୁକ୍ତଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି-‘ସେମାନେ ତାଙ୍କ ଜିଭ କାଟିଦେଲେ ମାତ୍ର ଚୁପ୍ କରାଇପାରିଲେ ନାହିଁ। ସେ ଏବେ କୋଟି କୋଟି ଲୋକଙ୍କ ସ୍ବରରେ କଥା କହୁଛନ୍ତି।’

Comments are closed.