Odisha Link
Bridging the Missing Links in Odisha

ହାଥରସ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ: ଯୋଗୀ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ ପ୍ରବେଶ ଅନୁମତି ମିଳୁଛି। ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଇଛି। କାହାରିକୁ ଗାଁରୁ ବାହାରକୁ ଏବଂ ବାହାରୁ ଗାଁକୁ ଛଡା ଯାଉନାହିଁ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ନିରବତା ଭାଙ୍ଗି ବଡ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି, ମା-ଭଉଣୀଙ୍କ ସୁରକ୍ଷା ଓ ସମ୍ମାନ ସର୍ବୋପରି। ଏହି ଘଟଣାରେ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ସୃଷ୍ଟି କରିବ। ପ୍ରତ୍ୟେକ ମା ଓ ଭଉଣୀଙ୍କ ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ। ଏହା ଆମର ସଂକଳ୍ପ ଏବଂ ଏହା ହିଁ ବଚନ।

Comments are closed.