Odisha Link
Bridging the Missing Links in Odisha

ବିଗ୍ ବସ୍‌-୧୪ରେ ନଜର ଆସିବେ ରାଧେ ମାଆ

ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ବିଗ୍ ବସ୍‌ ସିଜିନ୍‌-୧୪। ବିଗ୍ ବସ୍- ୧୪କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଗୁରୁବାର ସୋ’କୁ ନେଇ କିଛି ଫଟୋ ଭାଇରାଲ ହୋଇଛି। ଫଟୋରେ ବିଗବସ୍ ହାଉସର ଝଲକ ମିଳିବା ସହ ସୋ’ର ହୋଷ୍ଟ ସଲମାନ ଖାନଙ୍କର ମଧ୍ୟ କିଛି ନିଆରା ଇନ୍ଦାଜ ଦେଖିବାକୁ ମିଳୁଛି। ଏଥି ସହ ବିଗ୍ ବସ୍- ୧୪ରେ ପ୍ରତିଯୋଗୀ ଭାବେ ନଜର ଆସିବେ ରାଧେ ମାଁ।

ରାଧେ ମାଆ ଚଳିତ ବର୍ଷ ବିଗ ବସରେ ପ୍ରତିଯୋଗୀ ହୋଇ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ଯଦିଓ ରାଧେ ମାଆଙ୍କର ସୋ’ ରେ ପ୍ରତିଯୋଗୀ ହେବା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରୁଛି କିନ୍ତୁ ଏହା ସତ। ବିବାଦରେ ଘେରି ରହୁଥିବା ରାଧେ ମାଆ ବିଗ ବସରେ ଦର୍ଶକମାନଙ୍କୁ କେତେ ଏଣ୍ଟରଟେନ୍ କରୁଛନ୍ତି ତାହା ଦେଖିବା ବାକି ରହିଲା। ଖବର ଅନୁଯାୟୀ ରାଧେ ମାଆ ବିଗ୍ ବସ୍- ୧୪ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରୁଛନ୍ତି ସତ କିନ୍ତୁ ମାତ୍ର ଏକ ସପ୍ତାହ ପାଇଁ। ଏକ ସପ୍ତାହ ପରେ ସେ ଘରୁ ବିଦାୟ ନେବେ। ଯଦି ଏପରି ହୁଏ ତେବେ ରାଧେ ମାଆଙ୍କୁ ଦୀର୍ଘ ସମୟ ପାଇଁ ଦେଖିବାକୁ ଚାହୁଥିବା ବିଗ ବସ୍ ଫ୍ୟାନ ମାନେ ନିଶ୍ଟୟ ନିରାଶ ହେବେ।

ରାଧେ ମାଆ କାହିଁକି କେବଳ ଏକ ସପ୍ତାହ ପାଇଁ ସୋ’ ରେ ରହିବା ତାହା ସ୍ପଷ୍ଟ ହୋଇପାରିନାହିଁ। ଏମିତିରେ ଏହାକୁ କେବଳ ଏକ ଗୁଜବ ବୋଲି କୁହାଯାଉଛି, ତେବେ ଚ୍ୟାନେଲ ତରଫରୁ ଏହି ଗୁଜବକୁ ନେଇ କିଛି ସ୍ପଷ୍ଟିକରଣ ଦିଆଯାଇନାହିଁ।

 

Comments are closed.