Odisha Link
Bridging the Missing Links in Odisha

ଅଭିନେତା ସବ୍ୟସାଚୀଙ୍କୁ ମିଳିବ ମହାତ୍ମା ଗାନ୍ଧୀ ସେବା ସମ୍ମାନ

ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ତାଙ୍କର ଥିଲା ଅତୁଳନୀୟ ଅବଦାନ।

ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାଜ୍ୟ ସଭାପତି ଡଃ କାଳି ପ୍ରସାଦ ମିଶ୍ର, ଉପ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ଼ଃ ପ୍ରଣବ ମହାପାତ୍ର, ରାଜ୍ୟ ସମ୍ପାଦକ ଋଷି ପଟ୍ଟନାୟକ, ଗୁରୁ ପୀତାମ୍ବର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.