Odisha Link
Bridging the Missing Links in Odisha

ବିହାର ମହାମେଣ୍ଟରେ ଆସନ ବୁଝାମଣା: ଆରଜେଡ଼ି ୧୪୪, କଂଗ୍ରେସ ୭୦, ବାମପନ୍ଥୀ ୨୯

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟରେ ଆସନ ବୁଝାମଣା ଘୋଷଣା ହୋଇଛି। ଆଜି ପାଟଣାର ମୌର୍ଯ୍ୟା ହୋଟେଲରେ ଆ​ୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ବିହାର ବିଧାନସଭା ପାଇଁ ୨୪୩ ଆସନରୁ ୧୪୪ ଆସନରେ ଆରଜେଡ଼ି, ୭୦ରେ କଂଗ୍ରେସ ଓ ୨୯ ସିଟରେ ବାମପନ୍ଥୀ ଦଳ ନିର୍ବାଚନ ଲଢ଼ିବେ। ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ, ଜଗଦାନନ୍ଦ ସିଂହ ଓ ମନୋଜ କୁମାର ଝା ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ଅବିନାଶ ପାଣ୍ଡେ, ସିପିଆଇ ଏମଏଲରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କ ଭଳି ବହୁ ନେତା ଉପସ୍ଥିତ ଥିଲେ।

କଂଗ୍ରେସ ସ୍କିନିଂ କମିଟି ଚେୟାରମ୍ୟାନ ଅବିନାଶ ପାଣ୍ଡେ ଏ ଅବସରରେ କହିଛନ୍ତି, ୨୦୧୫ ନିର୍ବାଚନ ସମୟରେ ବିହାର ଜନତା ମହାମେଣ୍ଟକୁ ଭାରି ବହୁମତ ଦେଇ ଥିଲେ। ମାତ୍ର ନୀତିଶ କୁମାର ଅନ୍ୟ ସହ ହାତ ମିଳାଇଲେ। ବିହାର ଜନତା ଏଥର ତାଙ୍କୁ କ୍ଷମା କରିବେ ନାହିଁ। ଏହା ସହ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ମଧ୍ୟ ଘେରିଲେ ଅବିନାଶ।

ଅବିନାଶ ଯାଦବ କିନ୍ତୁ ତେଜସ୍ବୀ ଯାଦବଙ୍କ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ବିହାରବାସୀ ତେଜସ୍ବୀଙ୍କୁ ଡେପୁଟି ସିଏମ ଭାବେ କାମ କରିଥିବା ଦେଖିଛନ୍ତି। ସେ ବହୁତ ଭଲ କାମ କରିଥିଲେ। ବିହାରକୁ ତାଙ୍କ ଭଳି ଯୁବ ନେତା ଆବଶ୍ୟକ।

Comments are closed.