Odisha Link
Bridging the Missing Links in Odisha

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ହାଥରସରେ ଜଣେ ୧୯ ବର୍ଷର ଯୁବତୀଙ୍କୁ ଧର୍ଷଣ ପରେ ଅପରାଧୀମାନେ ମେରୁହାଡ଼ ଭାଙ୍ଗିଦେବା ଓ ଜିଭ କାଟିଦେବା ଭଳି ଅଭିଯୋଗ ହୋଇଥିଲା। ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ପୀଡ଼ିତାଙ୍କର ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୁଲିସ ପରିବାରକୁ ଶବ ହସ୍ତାନ୍ତର ନ କରି ଅତି ତରବରିଆ ଭାବେ ରାତିରେ ଶବଦାହ କରିଥିବାର ଅଭିଯୋଗ ହୋଇଛି।

ଗୁରୁବାର ଦିନ ରାହୁଳ ଓ ପ୍ରିୟଙ୍କା ହାଥରସ ଯିବାକୁ ପ୍ରୟାସ କରିଥିଲେ ବି ପୁଲିସ ସେମାନଙ୍କ ବାଟ ଓଗାଳିଥିଲା। ଆଜି ଉଭୟେ ହାଥରସରେ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାର ପ୍ରତି ସମବେଦନା ଦେଖାଇଛନ୍ତି।

Comments are closed.