Odisha Link
Bridging the Missing Links in Odisha

କରୋନା କଟକଣାକୁ ଫୁ: ଫୁଟ୍‌ବଲ୍ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଶହ ଶହ ଲୋକ ଏକାଠି

କୋରାପୁଟ: କରୋନାରେ ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ଲୋକଙ୍କ ଭିଡ଼ ଉପରେ ସବୁଆଡ଼େ କଟକଣା ଲାଗାଯାଇଛି। ହେଲେ କୋରାପୁଟର ଏକ ଘଟଣା ସବୁ କଟକଣାକୁ ଫୁ କରିଛି। ସେଠାରେ ଆୟୋଜିତ ହୋଇଥିଲା ୭ ଦିନିଆ ଫୁଟବଲ୍ ମ୍ୟାଚ୍।‌ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଶହ ଶହ ଲୋକ ଏକାଠି ହୋଇଥିଲେ। ମ୍ୟାଚ୍ ବେଳେ ନା ଥିଲା ସାମାଜିକ ଦୂରତା ନା କାହା ମୁହଁରେ ଥିଲା ମାସ୍କ। ଗତକାଲି ଏହାର ଫାଇନାଲ ମ୍ୟାଚ୍ ଥିଲା।

ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଅତିଥି ଭାବେ ସେଠାରେ ଯୋଗ ଦେଇଥିଲେ। ଆୟୋଜିତ ଫୁଟବଲ୍ ମ୍ୟାଚ୍ ଓ ମେଲୋଡି କାର୍ଯ୍ୟକ୍ରମ କାହା ଅନୁମତିରେ ହୋଇଛି ତାକୁ ନେଇ ଏବେ ପ୍ରଶ୍ନଚିହ୍ନ ଉଠୁଛି। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି ମୁକେଶ କୁମାର ଭାମୁ। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଥିବା ବେଳେ ପୋଲିସ ପ୍ରଶାସନ ଓ ଲୋକେ ସଚେତନ ହେଉ ନାହାନ୍ତି।