Odisha Link
Bridging the Missing Links in Odisha

ପାକିସ୍ତାନରେ ବ୍ୟାନ୍ ହେଇପାରେ ଟିକ୍ ଟକ୍

ନୂଆଦିଲ୍ଲୀ: ଭାରତ, ଆମେରିକା ପରେ ପରେ ଏବେ ପାକିସ୍ତାନରେ ବ୍ୟାନ୍ ହେଇପାରେ ଚାଇନିଜ୍‌ ଆପ୍ ଟିକ୍ ଟକ୍। ଅଶାଳୀନ ଓ ଅଶ୍ଳୀଳ କମେଣ୍ଟକୁ ନେଇ ପାକିସ୍ତାନ ସରକାର ଚାଇନିଜ୍‌ ଆପ୍ ଟିକ୍ ଟକ୍‌ କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି।

ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଅଶାଳୀନ ଓ ଅଶ୍ଳିଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକ୍ କୁ କୁହାଯାଇଥିଲେ ମଧ୍ୟ କମ୍ପାନି ଏହି ଦିଗରେ କୌଣସି କାର୍ଯ୍ୟ କରି ନାହିଁ। ଏଣୁ ବାଧ୍ୟ ହୋଇ ଟିକ୍ ଟକ୍‌ କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ପାକିସ୍ତାନ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି।

Comments are closed.